ଈଶ୍ୱରଙ୍କ ଧର୍ମଭୁଜଗଣ (#15513)

*...ବାହଓଲ୍ଲହ୍ଙ୍କ ଭ୍ରୌଣିକ ବିଶ୍ୱ ଜନଗୋଷ୍ଠୀର ମୁଖ୍ୟ ପରିଚାରକଗଣ ଯେଉଁମାନଙ୍କୁ କି, ସ୍ୱୟଂ ତାଙ୍କ ଦିବ୍ୟ ଚୁକ୍ତିର କେନ୍ଦ୍ରବିନ୍ଦୁଙ୍କ ଅଭ୍ରାନ୍ତ ଲେଖନୀ ଦ୍ୱାରା ତାଙ୍କ ଦିବ୍ୟ ପିତାଙ୍କ ଧର୍ମର ସଂପ୍ରସାରଣକୁ ବଳବର କରିବା ପାଇଁ ତଥା ନିରାପା ଉପରେ ତୀକ୍ଷ୍ଣ ଦୃଷ୍ଟି ଦେବା ପାଇଁ ଏହି ଦୁଇଟି କାର୍ଯ୍ୟରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।  
*-ଶୋଘି ଏପେି 


ଆଲୋକ ଏବଂ ମହିମା, ଅଭିନନ୍ଦନ ଏବଂ ପ୍ରଶଂସା ସ୍ୱୟଂ ପ୍ରଭୁଙ୍କ ଧର୍ମର ଧର୍ମଭୁଜଗଣଙ୍କ ଉପରେ ନିପତିତ ହେଉ, ଯେଉଁମାନଙ୍କ ଦ୍ୱାରା କି ଦୃଢ଼ତାର ଆଲୋକ ବିକିରିତ ହୋଇଛି ଏବଂ ସତ୍ୟ ସ୍ଥାପିତ ହୋଇଛି । ଯ୍ୱାରା ପରମ କ୍ଷମତାଶାଳୀ, ସର୍ବଶକ୍ତିଶାଳୀ, ପରମ ଅଦମ୍ୟ ପରମାତ୍ମାଙ୍କ ନିକଟରେ ବିଶ୍ରାମ ଗ୍ରହଣ କରିବାକୁ ଅନୁମତି ମିଳିଛି, ଯେଉଁମାନଙ୍କ ମାଧ୍ୟମରେ କରୁଣାର ମହାସାଗର ଅନବରତ ଭାବରେ ତରଙ୍ଗାୟିତ ହୋଇଛି ଏବଂ ମାନବଜାତିର ପ୍ରଭୁ,     ପରମେଶ୍ୱରଙ୍କ ଦୟାପ ୂର୍ ଅନୁଗ୍ରହର ସୁରଭି ବିଚ୍ଛୁରିତ ହୋଇଛି । ସ୍ୱୟଂ ସେ ହେଉଛନ୍ତି ମହାମହିମ ପୁରୁଷ- ତାଙ୍କ ଦେବଦୂତମାନଙ୍କ ଶକ୍ତି ମାଧ୍ୟମରେ ସେମାନଙ୍କୁ ନିରାପଦରେ ରଖିବା ପାଇଁ, ତାଙ୍କ ସାମ୍ରାଜ୍ୟର କ୍ଷମତା ମଧ୍ୟରେ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏବଂ ସକଳ ସୃଷ୍ଟ ପଦାର୍ଥ ଉପରେ ପ୍ରଚଳିତ ତାଙ୍କର ଦୁର୍ଜୟ, ଅଦମ୍ୟ ବଳ ସାହାଯ୍ୟରେ ସେମାନଙ୍କୁ ସହାୟ ହେବା ପାଇଁ ଆମେ ସ୍ୱୟଂ ତାଙ୍କୁ ପ୍ରାର୍ଥନା କରୁଛୁ । ସ୍ୱର୍ଗସମୂହର ସୃଷ୍ଟିର୍କା ତଥା ଦିବ୍ୟ ନାମାବଳୀ ସାମ୍ରାଜ୍ୟର ପ୍ରଭୁ, ସ୍ୱୟଂ ଈଶ୍ୱରଙ୍କର ସାର୍ବଭୌମ ଅଧିକାର ରହିଛି ।

-Bahá'u'lláh
-----------------------

